Sunday, December 12, 2021

ଗୁଡ଼ିଲି ରଥ ଙ୍କ ଲୋକପ୍ରିୟ ଗୀତ (Best songs of guduli rath)

1. ଛାତି ତଳେ ଥାଏ ଜଣେ ଲୁଚି - ମୋଷ୍ଟ ୱାଣ୍ଟେଡ
        ଯାଭେଦ ଅଲ୍ଲୀ , ତପୁ ମିଶ୍ର
2.ଧୀରେ ଧୀରେ ଚାଲ ରେ ସମୟ - ଚକୋଲେଟ୍
         ବାବୁଶାନ୍
3.କିଛି ବାଟ ଚାଲି ପୁଣି - ଚକୋଲେଟ୍
          ଗୁଡୁଲି ରଥ ,ତପୁ ମିଶ୍ର
4. ଇଟ୍ସ୍ ଓନଲି ପ୍ୟାର -ଲୋଫର୍
           ଶାନ୍ , ଟପୁ ମିଶ୍ର
5.କାହା ଛବି ସାଇତିଲି -ଫେମିଲି ନମ୍ବର ୱାନ
          ମାନସ ପ୍ରିତମ,ତପୁ ମିଶ୍ର
6.ପତଳା ନିଦ ରେ ଶୋଇଚି ମୋ ପ୍ରିୟା - ଫେମିଲି ନମ୍ବର ୱାନ
           ଗୁଡ଼ୁଲି ରଥ, ତପୁ ମିଶ୍ର
7.ଅବାକ୍ ଆକାଶ ଆଜି ରହିଛି ଚାହିଁ - ଇଡିଅଟ୍
            ଗୁଡ଼ୁଲି ରଥ, ତପୁ ମିଶ୍ର
8.ମାଇଁ ଦିଲ ବୋଲେ ଓମ୍ ତାଶ୍ଚତ - ଲୋଫର୍
            ଶାନ
9.ଅଞ୍ଜଳି ଲୁଚେଇଲି - ଅଞ୍ଜଳି
             ଗୁଡ଼ୁଲି ରଥ, ତପୁ ମିଶ୍ର
10.ବେଳେ ବେଳେ ଜୀବନ ବି - ମୋଷ୍ଟ୍ ୱାଣ୍ଟେଡ
             କ୍ରୀଷ୍ଣା ବେଉରା

Saturday, December 11, 2021

ଭାରତୀୟ ଙ୍କ ବିଦେଶୀ ପ୍ରୀତି

ଆମ ଦେଶ ଭାରତ । କଳା ଓ ସଂସ୍କୃତି ପାଇଁ ସାରା ବିଶ୍ବ ରେ ପ୍ରସିଦ୍ଧି ଲାଭ କରିଛି। ଆମେ ମାନେ ମଧ୍ୟ ବହୁତ ଗର୍ବିତ ଆମ ଏ ପ୍ରସିଦ୍ଧି କୁ ନେଇ। ଆମେ ଭାବନ୍ତି ସାରା ବିଶ୍ବ ଆମ ଦେଶ କୁ ଭଲ ପାଆନ୍ତି। କିନ୍ତୁ ପ୍ରକୃତରେ କଣ ଏହା ସତ ,କଣ ପ୍ରକୃତ ରେ ଭାରତ କୁ ଭଲ ପାଆନ୍ତି ବାହାର ଦେଶ ର ଲୋକ ?
           ମନକୁ ପ୍ରଶ୍ନ ଆସେ ଏମିତି କଣ ଅଛି ଭାରତରେ ଯେ ଆମ ଦେଶ କୁ ଭଲ ପାଆନ୍ତି। ଯଦି ସତରେ ଭଲ ପାଆନ୍ତି ସେମାନେ ଆମ ସଂସ୍କୃତି କୁ କାହିଁକି ନିଜେ ମାନୁ ନାହାନ୍ତି। ଯେମିତି ଆମ ଦେଶ ର ଲୋକ ମାନେ ଧୀରେ ଧୀରେ ବିଦେଶ ସଂସ୍କୃତି କୁ ଆପଣାଉଛନ୍ତି ।
ଏହା ତ ସତ କି ଭଲ ଜିନିଷ ପ୍ରତି ଲୋକ ମାନେ ଅଧିକ ଆକର୍ଷିତ ହୋଇ ଥାନ୍ତି। ଏହାର ଅର୍ଥ କଣ ଆମ ଦେଶ ର ସଂସ୍କୃତି ଠାରୁ ସେମାନଙ୍କ ସଂସ୍କୃତି ଅଧିକ ଭଲ। ଯେମିତି ଆମେ ଧୀରେ ଧୀରେ ତାଙ୍କ ସଂସ୍କୃତି କୁ ଆପଣାଉଛନ୍ତି ,ସେମାନେ କାହିଁକି ଆମ ସଂସ୍କୃତି କୁ ଆପଣାଉ ନାହାନ୍ତି। ଏହା ର ଅର୍ଥ କଣ ଏୟା ବୁଝିବା କି ସେମାନେ କେବଳ ୟୁ ଟ୍ୟୁବ୍ ରେ ଟଙ୍କା ରୋଜଗାର କରିବା ପାଇଁ ମିଛ ରେ ଭାରତୀୟ ମାନଙ୍କୁ ପ୍ରଶଂସା କରିଥାଆନ୍ତି। କାରଣ ଭାରତୀୟ ଙ୍କ ସଂଖ୍ୟା ଇଣ୍ଟର୍ ନେଟ୍ ରେ ବହୁତ ଅଧିକ। ଭାରତୀୟ ଦର୍ଶକ ଙ୍କୁ ପ୍ରଭାବିତ କରିବା ପାଇଁ ସେମାନେ ମିଛରେ ଭାରତୀୟ ଖାଦ୍ୟ,ଭାରତୀୟ ପୋଷାକ,ଭାରତୀୟ ସିନେମା କୁ ଅଧିକ ଦେଖାଇଥାନ୍ତି। କିଛି ବିଦେଶୀ ସତରେ ପ୍ରଭାବିତ ହୋଇଥାଇ ପାରନ୍ତି ।କିନ୍ତୁ ତାହା ଆମର ଆଲୋଚନା ନୁହଁ। ଆମର ଆଲୋଚନା ଏହା କି ସତରେ କଣ ଆମ ଦେଶ ର ସଂସ୍କୃତି ସବୁଠାରୁ ଭଲ। ନା ବହୁତ କିଛି ଅନ୍ଧ ବିଶ୍ୱାସ କୁ ଆମେ ସଂସ୍କୃତି ର ନାଁ ଦେଇ ଦେଇଛନ୍ତି । ସଂସ୍କୃତି ସେଇ କଥା କୁ କୁହା ଯାଏ ଯାହା ପୂର୍ବ ଯୁଗରୁ ଚାଲି ଆସିଛି। ସେଇ ଭଳି ଅନ୍ୟ ଦେଶ ମାନଙ୍କରେ ଯାହା ପୂର୍ବ ଯୁଗ କୁ ଚାଲି ଆସିଛି ତାହା ତାଙ୍କ ସଂସ୍କୃତି । ଆମ ଘରେ ତ କୁହନ୍ତି  ଆମ ଦେଶ ସବୁଠୁ ଭଲ,ସବୁଠୁ ସୁନ୍ଦର । ବଡ଼ ହେଲା ପରେ ଲାଗିଲା ହଁ ଆମ ଦେଶ ସବୁଠୁ ସୁନ୍ଦର । ଯଦି କିଛି ଟା ଅନ୍ଧ ବିଶ୍ବାସ ଆମ ଦେଶ ରୁ ଦୂରେଇ ଦିଆ ଯିବ ,ଆମ ଦେଶ ସମସ୍ତଙ୍କ ଆଗରେ ରହିବ। 

ଖଣ୍ଡାୟତ (khandayata)

  ଖଣ୍ଡାୟତ


     ଖଣ୍ଡାୟତ ଏକ ଓଡ଼ିଆ ଜାତି । ଖଣ୍ଡାୟତ ମାନେ ଓଡ଼ିଶା ପାଇଁ ବିଭିନ୍ନ ଯୁଦ୍ଧ ଲଢ଼ିଛନ୍ତି। କଳିଙ୍ଗ ଯୁଦ୍ଧ ହେଉ କି ପାଇକ ବିଦ୍ରୋହ , ଖଣ୍ଡାୟତ ମାନଙ୍କ ବୀରୋତ୍ଵ କାଳେ କାଳେ ପ୍ରମାଣିତ।

       ଖଣ୍ଡାୟତ ମାନେ ଜମିଦାର ହେବା ସହ ରାଜ୍ୟ ର ସମସ୍ତ ଶାସନ ପ୍ରକ୍ରିୟା ରେ ଯୋଗ ଦେଇଥାନ୍ତି। ଖଣ୍ଡାୟତ ମାନଙ୍କୁ ବିଭିନ୍ନ ଐତିହସିକ ମାନେ "ଓଡ଼ିଶା ର ଚାଷୀ ଯୋଦ୍ଧା" କହି ସମ୍ବୋଧନ କରିଛନ୍ତି। ଓଡ଼ିଆ ମାନଙ୍କର ଏହା ଦୁର୍ଭାଗ୍ୟ କି ଯେମିତି ଅନ୍ୟ ରାଜ୍ୟ ମାନଙ୍କର ଯୋଦ୍ଧା ଙ୍କ ବିଷୟରେ ଆଲୋଚନା କରାଯାଏ ଓଡ଼ିଶା ର ଖଣ୍ଡାୟତ ମାନଙ୍କ କଥା ସେତେ ଆଲୋଚନା କରାଯାଏ ନାହିଁ। ସେମାନଙ୍କ ବଳିଦାନ ହେଉ କି ସେମାନଙ୍କ ସହାସିକତା , ନା ବେଶି ଐତିହାସିକ ମାନେ ଲେଖିଛନ୍ତି ,ନା ବେଶି ଆଲୋଚନା କରିଛନ୍ତି ।

       ଖଣ୍ଡାୟତ ମାନେ ସାଧାରଣ ଭାବେ ଏକ ଯୋଦ୍ଧା ଏବଂ ଜମି ମାଲିକ ଜାତି , ସେମାନେ ଯୁଦ୍ଧ କରିବା ସହ ଚାଷ ମଧ୍ୟ କରିଥାଆନ୍ତି। କିନ୍ତୁ ପରବର୍ତ୍ତୀ ସମୟ ରେ ସେମାନେ କେବଳ ଚାଷୀ ହୋଇଯାଇଛନ୍ତି । ଏଣୁ ଏମାନଙ୍କୁ ଚଷା ବୋଲି ମଧ୍ୟ କୁହାଯାଏ। ଆଉ ଯେଉଁ ମାନେ କିଛି ପାଠ ପଢ଼ି ଜମିଦାର ଙ୍କ ପାଖରେ ଚାକିରି କରୁଥିଲେ ତାଙ୍କୁ କରଣ କୁହାଯାଉଥିଲା। ପୂର୍ବ ଓଡ଼ିଶା ରେ ଏକ ଲୋକ ବାକ୍ୟ ପ୍ରଚଳିତ ,

              "  ଖଣ୍ଡାୟତ ବଢ଼ିଲେ କରଣ, ଛିଣ୍ଡିଲେ ଚଷା "

ଏହା ର ଅର୍ଥ ଯେଉଁ ଖଣ୍ଡାୟତ ମାନେ ଆଗକୁ ପଢ଼ିଲେ ତାଙ୍କୁ କରଣ କୁହାଗଲା, ଏବଂ ଯେଉଁ ମାନେ କେବଳ ଚାଷୀ ହେଇଗଲେ ତାଙ୍କୁ ଚଷା କୁହା ଗଲା। 

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ରେ ଲେଖା ଅଛି ଖଣ୍ଡାୟତ ଶବ୍ଦ ରେ କୌଣସି ଐତିହାସିକ କି ପୌରାଣିକ ସତ୍ତା ନାହିଁ। ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ସାରଳା ଦାସ ପ୍ରଭୃତି ରେ ଚଷା ମାନଙ୍କର ଭୂରି ଭୂରି ଉଲ୍ଲେଖ ରହିଛି। ଚଷା ମାନଙ୍କୁ ଖଣ୍ଡାୟତି ଜଗିରି ମିଳୁଥିବାରୁ ସେମାନେ ହିଁ ଖଣ୍ଡାୟତ ହୋଇଛନ୍ତି।


ଏହା ବ୍ୟତିତ ପଣ୍ଡିତ ଯୋଗେନ୍ଦ୍ର ନାଥ ଭଟ୍ଟାଚାର୍ୟ ତାଙ୍କ ବହି "Hindu caste and sect" ରେ ଲେଖିଛନ୍ତି, ଖଣ୍ଡାୟତ ଦୁଇ ଭାଗରେ ବିଭକ୍ତ ,ମହାନାୟକ ଏବଂ ଚଷା ।

ମହାନାୟକ ମାନେ ଜମିଦାର ଭଳି କାମ କରୁଥିଲେ ଏବଂ ଚଷା ମାନେ ଚାଷୀ ଯୋଦ୍ଧା । ପୂର୍ବ ଯୁଗ ରେ ଏହି ଦୁଇ ପ୍ରକାର ଖଣ୍ଡାୟତ ଙ୍କ ଭିତରେ ବେଶି ବିବାହ ହେଉନଥିଲା।କିନ୍ତୁ ବର୍ତ୍ତମାନ ସେମାନଙ୍କ ଭିତରେ ଫରକ ଜାଣିହେବ ନାହିଁ। କେବଳ ଏହି ଦୁଇ ପ୍ରକାର ଖଣ୍ଡାୟତ ହିଁ ଅଛନ୍ତି ଓଡ଼ିଶା ରେ। ଯେତେ ବି ଖଣ୍ଡାୟତ ଆପଣ ଦେଖୁଛନ୍ତି ସେମାନେ ମହାନାୟକ ହୋଇଥିବେ କିମ୍ବା ଚଷା ହୋଇଥିବେ। ଚଷା ଖଣ୍ଡାୟତ ରୁ ହିଁ ସମସ୍ତ ପାଇକ ଙ୍କ ସୃଷ୍ଟି।



ଓଡ଼ିଆ (odia)

ଓଡ଼ିଆ ଏକ ଭାଷା ଯାହାକି ଇଣ୍ଡୋ ଆର୍ଯ୍ୟାନ୍ ଭାଷା ଭିତରେ ଆସେ। ଭାରତ ର ଓଡ଼ିଶା ରାଜ୍ୟ ର ଲୋକ ମାନେ ଓଡ଼ିଆ ଭାଷା ରେ କଥା ହୋଇଥାଆନ୍ତି। ଓଡ଼ିଶା ବାହାରେ ପଶ୍ଚିମବଙ୍ଗ, ଛତିଶଗଡ ଓ ଗୁଜୁରାଟ ରେ ମଧ୍ୟ ବହୁତ ଲୋକ ଓଡ଼ିଆ କହିଥାନ୍ତି। ପଶ୍ଚିମବଙ୍ଗ ଓଡ଼ିଶା ର ପଡୋଶୀ ହୋଇଥିବାରୁ ବହୁତ ଓଡ଼ିଆ ଲୋକ ପଶ୍ଚିମବଙ୍ଗ ରେ ରହିଥାନ୍ତି ,ଯାହା ଦ୍ଵାରା ସେଠାରେ ବହୁତ୍ ଲୋକ ଓଡ଼ିଆ ରେ କଥା ହୁଅନ୍ତି। ଓଡ଼ିଆ ମାନେ ଚାକିରି କରିବା ପାଇଁ ପ୍ରାୟ ଗୁଜୁରାଟ ର ସୁରଟ ସହର କୁ ଯାଇଥାଆନ୍ତି। ଏଣୁ ସୁରଟ ସହର ରେ ଓଡ଼ିଆ ଭାଷା ବହୁତ ପ୍ରଚଳନ ହୋଇଥାଏ। 
                  ସଂସ୍କୃତ ପରେ ଓଡ଼ିଆ କେବଳ ଏକ ମାତ୍ର ଇଣ୍ଡୋ ଆର୍ଯ୍ୟାନ୍ ଭାଷା ଯାହାକି ଭାରତ ର ଶାସ୍ତ୍ରୀୟ ଭାଷା ର ମାନ୍ୟତା ପାଇଛି। ଅନ୍ୟ ସମସ୍ତ ଶାସ୍ତ୍ରୀୟ ଭାଷା ଦ୍ରବିଡିୟ ଭାଷା ଯେମିତିକି ତାମିଲ,ତେଲୁଗୁ,କନ୍ନଡ଼ ଓ ମଲାୟଲମ୍ । ପୂର୍ବ ସମୟ ରେ ଓଡ଼ିଆ ଭାଷା ନିଜର ଅସ୍ତିତ୍ବ ବଜାୟ ରଖିବା ପାଇଁ ବହୁତ ଅସୁବିଧା ରେ ସମ୍ମୁଖୀନ ହୋଇଛି। 
                 ଯେଉଁ ସମୟ ରେ ବଙ୍ଗ ଭାଷାଭାଷୀ ଲୋକ ମାନେ ଓଡ଼ିଆ କୁ ବଙ୍ଗଳା ଭାଷା ର ଏକ ଅଂଶ ବୋଲି କହୁଥିଲେ । ସେ ସମୟରେ ବଙ୍ଗ ରେ ଇଂରେଜ ମାନେ ରାଜଧାନୀ କଲିକତା କୁ କରିଥିଲେ ଏବଂ ସାରା ଭାରତ ର ନିର୍ଣ୍ଣୟ କଲିକତା ରେ ହିଁ ହେଉଥିଲା। ଓଡ଼ିଆ ଭାଷା ଓ ବଙ୍ଗଳା ଭାଷା ପାଖା ପାଖି ସମାନ ଥିବାରୁ ବଙ୍ଗଳା ଲୋକ ମାନେ ଓଡ଼ିଆ ଭାଷା କୁ ବଙ୍ଗଳା ଭାଷା ର ଏକ ଅଂଶ ବୋଲି କହି ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୁହଁ ବୋଲି ଯୁକ୍ତି ବାଢ଼ିଥିଲେ। କିନ୍ତୁ ପ୍ରକୃତରେ ବଙ୍ଗଳା ଭାଷା ଠାରୁ ଓଡ଼ିଆ ଭାଷା ର ଇତିହାସ ପୁରୁଣା। ବଙ୍ଗଳା ଭାଷା ଓଡ଼ିଆ ଭାଷା ରୁ ସୃଷ୍ଟି ହୋଇ ପାରେ ।
                  ଆଉ ଏକ ଆଶ୍ଚର୍ଯ୍ୟ କଥା ଏହା କି ଶ୍ରୀଲଙ୍କା ର ସିଂହଲି ଭାଷା ଓଡ଼ିଆ ଭାଷା ସହ ମିଶିଥାଏ। ଏହାର କାରଣ କଣ ଠିକ୍ ଭବେ ଜଣା ପଡିନାହିଁ। କିନ୍ତୁ କେତେକ ଐତିହାସିକ ଙ୍କ ମତ ରେ ଓଡ଼ିଆ ଲୋକ ମାନେ ଆଗରୁ ଯାଇ ଶ୍ରୀଲଙ୍କା ରେ ରହି ଯାଇଥିଲେ।
ଓଡ଼ିଆ ଲିପି
                ଓଡ଼ିଆ ଭାଷା ଲେଖିବା ପାଇଁ ଏହାର ସ୍ଵତନ୍ତ୍ର ଲିପି ମଧ୍ୟ ରହିଅଛି
ଯାହାକି ବିଭିନ୍ନ ଗୁମ୍ଫା ରୁ ମିଳେ ।


         

Monday, May 24, 2021

Cyclone Yaas (ସମୁଦ୍ରିକ ଝଡ଼ ୟସ)


 ଅତି ଭୀଷଣ ରୂପ ନେଇ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ୟସ । ଏହି ସାମୁଦ୍ରିକ ଝଡ଼ 26 ତାରିଖରେ ବାଲେଶ୍ୱର ଏବଂ ଭଦ୍ରକ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ । ଉପକୂଳ ରେ ଏହାର ପବନର ବେଗ 165 କିମି ରହିବ ବୋଲି କୁହାଯାଉଛି। ଏହାର ଝଟକା 185 କିମି ଟପିଯିବ ବୋଲି କୁହାଯାଉଛି। ଏହାର ପ୍ରଭାବ ରେ ଉପକୂଳ ଅଞ୍ଚଳ ରେ ବର୍ଷା ଆରମ୍ଭ ହୋଇଯାଇଛି। ସୋମ ବାର ଠାରୁ ବାଲେଶ୍ଵର, ଭଦ୍ରକ,ଜଗତସିଂହପୁର,କେନ୍ଦ୍ରାପଡା ଆଦି ଜିଲ୍ଳା ରେ ବର୍ଷା ସହ ପବନ ଆରମ୍ଭ ହୋଇଛି।

ବାଲେଶ୍ଵର ଓ ଭଦ୍ରକ ମଧ୍ୟରେ ଭୂମିପାତ ର ଆଶଙ୍କା।

ଉପକୂଳ ଜିଲ୍ଲା ମନଙ୍କ ରେ ବର୍ଷା।

ଭୂ ଭାଗ ଛୁଇଁବା ବେଳେ 185 କିମି ପବନ ରେ ପବନ ବହିବ।

ପାରାଦୀପ ଓ ଧାମରା ବନ୍ଦର ପାଇଁ 4 ନମ୍ବର ସଂକେତ।ସି

Khandayat

Khandayat
Khandayat is the martial cum cultivating caste of odissa.Accoding to jogendra nath bhatacharya khandayat is the fighting class of odissa. They were divided into two main sub classes Sreshta khandayat and Chasa khandayat. These names indicate that the former represent the ancient military commander and the latter the rank and file who are now mainly agriculturists,and are therefore called Chasa Khandaits. Intermarriage between these subclasses not impossible .some time marriage takes place between Khandayat and karans of nulia clan.





ଗୁଡ଼ିଲି ରଥ ଙ୍କ ଲୋକପ୍ରିୟ ଗୀତ (Best songs of guduli rath)

1. ଛାତି ତଳେ ଥାଏ ଜଣେ ଲୁଚି - ମୋଷ୍ଟ ୱାଣ୍ଟେଡ          ଯାଭେଦ ଅଲ୍ଲୀ , ତପୁ ମିଶ୍ର 2.ଧୀରେ ଧୀରେ ଚାଲ ରେ ସମୟ - ଚକୋଲେଟ୍          ବାବୁଶାନ୍ 3.କ...